ଅବପାତରେ ପରିଣତ ହେବା ପରେ ଜଣାପଡିବ ସଠିକ ରୂପରେଖ

ଭୁବନେଶ୍ୱର, ୧/୧୨: ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଅବପାତରେ ପରିଣତ ହେବା ପରେ ସଠିକ ରୂପରେଖ କହି ହେବ। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। କେଉଁଠି ମାଡ଼ ହେବ ଓ କେତେ ତୀବ୍ରତା ରହିବ ଆସନ୍ତାକାଲି ସ୍ପଷ୍ଟ ହେବ। ୨ ତାରିଖ ଯାଏ ପାଗ ଅନୁକୂଳ ଅଛି ଧାନ କାଟି ଆଣିବାକୁ ଚାଷୀଙ୍କୁ ପରାମର୍ଶ ଦିିିଆଯାଇଛି।

ସମ୍ଭାବ୍ୟ ବାତ୍ୟା ଜୱାଦ ପ୍ରଭାବରେ ଆସନ୍ତା ୩ ତାରିଖ ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ତେବେ ଡିସେମ୍ବର ୪ ତାରିଖ ଏବଂ ୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ତେବେ ୩ରୁ ୪ ଡିସେମ୍ବର ପାଇଁ ୪ଟି ଜିଲ୍ଲା ତଥା ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ସେହିପରି ୪ରୁ ୫ ଡିସେମ୍ବର ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ।