ଆସନ୍ତା ୨୨ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ!

ଭୁବନେଶ୍ୱର, ୨୦/୫: ମେ ୨୨ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି  ଲଘୁଚାପ ହେବା ନେଇ ସୂଚନା ରହିଛି। ସେହିପରି ମେ ୨୪ ସୁଦ୍ଧା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ୟାଶ ର ରୂପ ନେବ । ମେ ୨୬ ସକାଳେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିିଥିବା ଆକଳନ କରିଛି ପାଣିପାଗ ବିଭାଗ। ତେଣୁ ମେ ୨୪ରୁ ୨୭ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ଲାଗି ପାଣିପାଗ ବିଭାଗର ପରାମର୍ଶ ଦିଆଯାଇଛି।