ଭୁବନେଶ୍ୱର,୧/୮: ଆସନ୍ତା ୬ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଶ୍ରାବଣ ମାସରେ ବର୍ଷା ଗାଏବ ହୋଇଥିବା ନେଇ ପାଣିପାଗ ବିଜ୍ଞାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ IMD ପକ୍ଷରୁ ସୂଚନା ରହିଛି । ଆସନ୍ତା ୪/୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ନାହିଁ । ୬ ତାରିଖ ଓ ୭ ତାରିଖ ଆଡ଼କୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ହେବାକୁ ଥିବା ଲଘୁଚାପ ପ୍ରଭାବରେ ରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାରେ ଅଧା ମୌସୁମୀ ସରିଲାଣି । ହେଲେ ଏବେ ପର୍ଯ୍ୟନ୍ତ ୮% କମ୍ ବର୍ଷା ହୋଇଥିବା ସୂଚନା ରହିଛି ।