୨୮ରେ ଆଉ ଏକ ଲଘୁଚାପ!

ଭୁବନେଶ୍ୱର, ୨୫/୯: ଆସନ୍ତା ୨୭ରେ ଉତ୍ତର-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୮ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨୯ରେ ଏହା ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିପାରେ।

ଅନ୍ୟପଟେ ଆଗାମୀ ୬ ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ। ଆସନ୍ତା କାଲି ସଂଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁପାରେ ବାତ୍ୟା-ଗୁଲାବ୍‌। ଗୋପାଳପୁର-ବିଶାଖାପାଟନମ ମଝି କଳିଙ୍ଗପଟନମରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବା ଆଶଙ୍କା ରହିଛି।