ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ ସ୍ଥିର

ଭୁବନେଶ୍ବର,୧୫/୨: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ପାଳିଆ ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି। ଭୋର ୩:୩୦ରେ ଆଳତି ହେବ। ଅବକାଶ ନୀତି ଭୋର ୪ ଟାରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେବାୟତ ପରିବାରମାନେ ମହାପ୍ରଭୁଙ୍କ ଉତ୍ତର ଦ୍ୱାର ଦେଇ ଦର୍ଶନ କରିବେ। ଭୋର ୫ ରୁ ୧୧ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ସାହଣମେଲା ଦର୍ଶନ କରିବାର ସୁଯୋଗ ମିଳିବ। ୧୧ ଟା ପରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ। ରାତି ୧୦ ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା ହୋଇଛି। ତା ପରେ ୪ ପ୍ରହର ନୀତି ହେବ ‌ବୋଲି ସୂଚନା ରହିଛି।