ସାଂସଦ ଭର୍ତ୍ତୃହରି ମହତାବ ହେଲେ ଲୋକସଭାର କାମଚଳା ବାଚସ୍ପତି

ନୂଆଦିଲ୍ଲୀ,୨୦/୦୬: ସାଂସଦ ଭର୍ତ୍ତୃହରି ମହତାବ  ଲୋକସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବେ । ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି । ସେ ସଂସଦରେ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ । ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏଁ ଗୃହର ଦାୟିତ୍ୱ ତୁଲାଇବେ ଭର୍ତ୍ତୃହରି । କଟକ ଲୋକସଭା ଆସନରୁ ଭର୍ତ୍ତୃହରି ମହତାବ ୭ଥର ଲୋକସଭାକୁ ନିର୍ବାଚିତ ହୋଇସାରିଲେଣି । ୨୦୨୪ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ୫୭ ହଜାର ୭୭ ଭୋଟରେ ପରାସ୍ତ କରିଥିଲେ ।