୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

ଭୁବନେଶ୍ୱର,୨୨/୯: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ସୂଚନା ମିଳିଛି। ବୈତରଣୀ ନଦୀରେ ୨ଟି ବ୍ୟାରେଜ ନିର୍ମାଣକୁ କ୍ୟାବିନେଟ ମୋହର ଲାଗିଛି। ୨ଶହ କୋଟି ବ୍ୟୟରେ ହେବ ୨ଟି ବ୍ୟାରେଜ, ବନ୍ୟା ନିୟନ୍ତ୍ରଣ ହେବ। ଏହାଦ୍ୱାରା ଭଦ୍ରକ ଧାମନଗର ଓ ଯାଜପୁର ଦଶରଥପୁର ବ୍ଲକ ଲୋକେ ଉପକୃତ ହେବେ ।