ଦେଶର ନୂଆ ଲୋକପାଳ ଭାବେ ନିଯୁକ୍ତି ପାଇଲେ ଏ.ଏମ୍ ଖାନୱିଲକର

ନୂଆଦିଲ୍ଲୀ,୨୮/୦୨: ଦେଶର ନୂଆ ଲୋକପାଳ ଭାବେ ନିଯୁକ୍ତି ପାଇଛନ୍ତି ଏ.ଏମ୍ ଖାନୱିଲକର । ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଜଷ୍ଟିସ ଏ.ଏମ୍ ଖାନୱିଲକର ୨୦୨୨ରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ ଦାୟିତ୍ୱରୁ ଅବସର ନେବା ପରେ ୨୦୨୨ ମସିହାରୁ ଏହି ପଦବୀ ଖାଲି ପଡିଥିଲା । ଲୋକପାଳ ଅଧ୍ୟକ୍ଷ ସହିତ ନ୍ୟାୟିକ ସଦସ୍ୟ ଭାବେ ଅବସରପ୍ରାପ୍ତ ବିଚାରପତି ଲିଙ୍ଗାପା ନାରାୟଣ ସ୍ୱାମୀ, ରୁତୁରାଜ ଅବସ୍ତି, ସଂଜୟ ଯାଦବ ଏବଂ ଅଣ ନ୍ୟାୟିକ ସଦସ୍ୟ ଭାବେ ମଧ୍ୟ କିଛି ଜଣଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ।