ବଡ ଖବର : ଆସନ୍ତା ୫ ରୁ ୧୯ ରାଜ୍ୟର ସବୁ ଜିଲ୍ଲା ଲକଡ଼ାଉନ

ଭୁବନେଶ୍ୱର,୨/୫: ରାଜ୍ୟରେ ଏବେ ଦ୍ରୁତଗତିରେ ବଢି ଚାଲିଛି କରୋନା। ଏହାକୁ ଆୟତକୁ ଆଣିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ବଢ଼ୁଥିବା ସଂକ୍ରମଣ କୁ ଦୃଷ୍ଟି ରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ବଡ ଘୋଷଣା କରିଛନ୍ତି। ସେ ରାଜ୍ୟର ସବୁ ଜିଲ୍ଲାକୁ ଆସନ୍ତା ୫ରୁ ୧୯ ଯାଏ ଲକଡ଼ାଉନ ରଖିବାକୁ ଘୋଷଣା କରିଛନ୍ତି। ଏହାସହ ସପ୍ତାହରେ ଥିବା ୨ଦିନ ସଟଡାଉନ ବଳବତ୍ତର ରହିବ ବୋଲି ସେ କହିଛନ୍ତି।

ଏହି ସମୟରେ ଦିନ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଆଣିପାରିବେ ଲୋକେ ।ଫଳ, ପନିପରିବା, ମାଛମାଂସ ଦୋକାନ ଲକ୍‌ଡାଉନ୍‌ ସମୟରେ ୩୦ ଫୁଟ ଦୂରତା ବଜାୟ ରଖି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।ବସ୍ ଚଳାଚଳ ବନ୍ଦ ରହିିିବ। ବିବାହରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି ଅଛି।