ପୁଣି ଲକଡାଉନ ଆରମ୍ଭ କଲା ଚୀନ୍

ନୂଆଦିଲ୍ଲୀ, ୨୩/୧୨: ଚୀନ ରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ପୁଣି ଲକଡାଉନ ଆରମ୍ଭ କଲା ଚୀନ୍ । ସୂଚନାଯୋଗ୍ୟ ଯେ ନ୍‌ର ସର୍ବାଧିକ ଜନବହୁଳ ତଥା ୧୩୦ ଲକ୍ଷ ଲୋକ ବାସ କରୁଥିବା ଜିଆନ ସହରରେ ଲକ୍‌ଡାଉନ୍ କରାଯାଇଛି। ସବୁ ଲୋକ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକଣା ଅନୁସାରେ ଦିନେ ଛଡ଼ା ଦିନେ ଘରର ଜଣେ ଲୋକ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଯିବେ । ଉଲ୍ଲେଖଯୋଗ୍ୟ ଯେ ୧୨୭ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଏହିପରିି କଟକଣା ଲାଗୁ କରାଯାଇଛି।