ଏହି ରାଜ୍ୟରେ ବଢିଲା ଲକଡାଉନ ଅବଧି

ନୂଆଦିଲ୍ଲୀ, ୨୮/୬: ଦେଶରେ ଏବେ ସଂକ୍ରମଣ ସଂଖ୍ୟା କମ ଅଛି କିନ୍ତୁ ବିପଦ ଏବେ ବି ଟଳିନି। ଏହାସହ ଆଗକୁ ତୃତୀୟ ଲହରି ମଧ୍ୟ ଆସିବାର ସୂଚନା ରହିଛି। ଏନେଇ ଆଗରୁ ପ୍ରସ୍ତୁତ ରହିବା ଆବଶ୍ୟକ। ଏହାରିମଧ୍ୟରେ ଆଜି ତାମିଲନାଡୁରେ ଜୁଲାଇ ୫ ଯାଏ  କୋଭିଡ ଲକ୍‌ଡାଉନ ଅବଧି ବଢ଼େଇଛନ୍ତି ସରକାର। କିନ୍ତୁ କିଛିିିଟା କଟକଣା କୋହଳ କରାଯାଇଛି। ଯେମିତିକି କ୍ଷମତାର ଅଧା ଲୋକଙ୍କୁ ନେଇ ଖୋଲିବ ଉପାସନାସ୍ଥଳୀ, ମଲ୍‌ ଓ ଜିମ୍‌ । ଅନ୍ତଃ ଜିଲ୍ଲା ବସ୍‌ ଚଳାଚଳକୁ ବି ତାମିଲନାଡୁ ସରକାର ଅନୁମତି ଦେଇଛନ୍ତି।