ଜାମ୍ମୁ-କଶ୍ମୀର LOC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ, ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ,୯/୦୯: ପୁଣି ଜାମ୍ମୁ-କଶ୍ମୀର LOC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ନୋସେରା ସୀମା ଦେଇ ଅନୁପ୍ରବେଶ ଉଦ୍ୟମ କରୁଥିଲେ ଆତଙ୍କୀ। ଏହି ସମୟରେ ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।ସୂଚନାନୁସାରେ, ଗୁପ୍ତଚର ଏଜେନ୍ସି ଏବଂ ଜାମ୍ମୁ କାଶ୍ମୀର ପୋଲିସ ଅନୁପ୍ରବେଶ ବିଷୟରେ ସୂଚନା ପାଇଥିଲା। ଏହା ପରେ LoC ନିକଟରେ ଆଲର୍ଟ ଜାରି କରାଯାଇଥିଲା। ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହାର ଜବାବରେ ସୈନିକମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।ଦୀର୍ଘ ସମୟ ଧରି ଗୁଳିବର୍ଷା ହୋଇଥିଲା। ଶେଷରେ ୨ ଆତଙ୍କୀ ନିପାତ ହୋଇଛନ୍ତି।ଆତଙ୍କବାଦୀଙ୍କ ନିକଟରୁ  AK-47 ରାଇଫଲ ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଛି। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି।

Leave a Reply

Your email address will not be published. Required fields are marked *