ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ଅସୁସ୍ଥ

ଭୁବନେଶ୍ୱର,୨୭/୦୬: ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ଅସୁସ୍ଥ ହୋଇପଡିଛନ୍ତି । ଗତକାଲି ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଛି । ୯୬ ବର୍ଷ ବୟସ୍କ ଆଡଭାନୀଙ୍କୁ ଏମ୍ସର ଜେରିଆଟ୍ରିକ ବିଭାଗର ଡାକ୍ତରଙ୍କ ତତ୍ୱାବଧାନରେ ଚିକିତ୍ସା କରାଯାଉଛି । ଗତ ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି । ଅନ୍ୟପଟେ ପରିବାର ପକ୍ଷରୁ କୁହାଯାଇଛି ବୟସଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।