ଅଗଷ୍ଟ ୩୧ ପରେ ନୂଆ ମଦ ନୀତି ଆଣିବେ ମୋହନ ସରକାର

ଭୁବନେଶ୍ୱର,୫/୦୮: ଅଗଷ୍ଟ ୩୧ ପରେ ଆସିବ ନୂଆ ମଦ ନୀତି । ଏହାର ବୈଧତା ରହିବ ସାତ ରୁ ଆଠ ମାସ । କିନ୍ତୁ ଆଗାମୀ ବର୍ଷରେ ଯେଉଁ ମଦ ନୀତି ଆସିବ, ସେଥିରେ ବ୍ୟାପକ ପରିବର୍ତନ ଆଣିବେ ମୋହନ ସରକାର । ବିଶେଷକରି, ସେଥିରେ ଚୋରା ମଦ କାରବାରକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବ୍ୟବସ୍ଥା କରାଯିବ । କୋଚିଆ ସେଲ ବନ୍ଦ କରିବା ପାଇଁ କଠୋର ହେବେ ସରକାର । ଯେଉଁମାନେ ନିୟମ ନମାନିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଲାଗିପାରେ।।