ଦ୍ୱାଦଶ ପିଲାଙ୍କ କ୍ୱାର୍ଟର ଏଣ୍ଡ୍ ଥିଓରୀ ଓ ପ୍ରାକ୍ଟିକାଲ ମାର୍କ ଅପଲୋଡ୍ ଅବଧି ବୃଦ୍ଧି

ଭୁବନେଶ୍ୱର, ୧୬/୨: ରାଜ୍ୟରେ କରୋନ ସଂକ୍ରମଣ ବୃଦ୍ଧି ଯୋଗ୍ୟ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଥିଲା। ପୁଣି କୌଣସି ପରୀକ୍ଷା କିମ୍ବା ଫଳାଫଳ ମଧ୍ୟ ବାହାରି ପାରୁନଥିଲା। ଏବେ କିନ୍ତୁ ସ୍ଥିତି ସୁଧୁରିବା ପରେ ପର୍ଯ୍ୟାୟ କ୍ରମେ ସ୍କୁଲ ଓ କଲେଜ ଖୋଲିବା ସହ ପରୀକ୍ଷା ଫଳ ବାହାରି ପାରୁଛି। ଏହାରିମଧ୍ୟରେ ଦ୍ୱାଦଶ ପିଲାଙ୍କ କ୍ୱାର୍ଟର ଏଣ୍ଡ୍ ଥିଓରୀ ଓ ପ୍ରାକ୍ଟିକାଲ ମାର୍କ ଅପଲୋଡ୍ ଅବଧି ବୃଦ୍ଧି ପାଇଛି। ଚଳିତ ମାସ ୨୮ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ଅପଲୋଡ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ/କଲେଜ ଅଧ୍ୟକ୍ଷଙ୍କୁ CHSE ପକ୍ଷରୁ ଚିଠି ହୋଇଛି।