ବିଧାନସଭା ଶୀତକାଳୀନ ଅଧିବେଶନ: ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୨୧/୧୧: ଆଜି ଵାଚସ୍ପତିଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ନଭେମ୍ବର ୨୪ରୁ ଡିସେମ୍ବର ୩୧ତାରିଖ ଯାଏ ଚାଲିବାକୁ ଥିବା ବିଧାନସଭା ଶୀତକାଳୀନ ଅଧିବେଶନକୁ ସୁରୁଖୁରରେ ଶେଷ କରିବାକୁ ବୈଠକରେ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିବେ । ତେବେ ଏଥର ଅଧିବେଶନ କୋଭିଡ କଟକଣା ଭିତରେ ଚାଲିବ ନା ସ୍ୱାଭାବିକ ଭାବେ ବିଧାନସଭା ବସିବ ସେ ନେଇ ନିଷ୍ପତ୍ତି ହେବ। କାରଣ ଏବେ ରାଜ୍ୟରେ କରୋନାର କୌଣସି ପ୍ରଭାବ ନଥିବା ବେଳେ କରୋନା କଟକଣା ମଧ୍ୟ ନାହିଁ। ଏହାସହ ବିଧାନସଭାର ପ୍ରତିଦିନ କେତେ ସମୟ ବସିବ। ସେ ନେଇ ମଧ୍ୟ ନିଷ୍ପତ୍ତି ହେବ। କାରଣ କରୋନା ପାଇଁ ଦୈନିକ ୫ଘଣ୍ଟା ବସୁଥିଲା ଗୃହ।