କଳାହାଣ୍ଡିରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧/୧୧:କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଉଦଘାଟନୀ ଉତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ସେ ଶୁଭାରମ୍ଭ କରିଛନ୍ତି । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗଡିବ ଲକ୍ଷ୍ମୀ ବସ୍ । କମ୍ ପଇସାରେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ଲୋକେ । ଏଣିକି ଗୋଟିଏ ସ୍ଥାନରୁ ଅନ୍ୟଏକ ସ୍ଥାନକୁ ଯିବା ପାଇଁ ଲୋକଙ୍କ ପାଖରେ ରହିବ ଶକ୍ତି ଓ ସାମର୍ଥ୍ୟ । ଯେଉଁ ଜିଲ୍ଲା ଅପହଞ୍ଚ ଜିଲ୍ଲା ଭାବେ ପରିଚିତ ଥିଲା, ସେହି ଜିଲ୍ଲାରେ ଏବେ ବିକାଶର ବସ୍ ଗଡିବ । ସବୁଠୁ ବଡ କଥା ହେଉଛି ଏହି ଲକ୍ଷ୍ମୀ ବସକୁ ସଫଳ କରିବାରେ ବଡ ଭୂମୀକା ଗ୍ରହଣ କରିବେ ପ୍ରତ୍ୟେକ ଗ୍ରାମପଞ୍ଚାୟତର ମହିଳା । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ସୁବିଧା ମିଳିବ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସାମଗ୍ରୀ ନେବା ଆଣିବା କରିବାରେ ବ୍ୟବସାୟୀଙ୍କୁ ଏଣିକି କୌଣସି ସମସ୍ୟା ହେବନି ।