ମହାପ୍ରଭୁଙ୍କ ମହାପ୍ରସାଦ ଭକ୍ତମାନଙ୍କୁ ମାଗଣାରେ ମିଳିବା ନେଇ ପ୍ରକ୍ରିୟା ଆରମ୍ଭ: ଆଇନମନ୍ତ୍ରୀ

ଭୁବନେଶ୍ବର,୧୩/୦୯: ମହାପ୍ରଭୁଙ୍କ ମହାପ୍ରସାଦ ଭକ୍ତମାନଙ୍କୁ ମାଗଣାରେ ମିଳିବା ନେଇ ପ୍ରକ୍ରିୟା ଚାଲିଛି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ରୁ ୧୫କୋଟି ଟଙ୍କା ଖର୍ଚ୍ଚ ହେବ। ଆମେ ଭକ୍ତ ସମାଜ ଭିତରେ ସମସ୍ତଙ୍କୁ ଅନୁରୋଧ କରିଛୁ। ଏହାରି ଭିତରେ ଅନେକ ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି। ସରକାରଙ୍କ ଉପରେ ଚାପ ନ ପକାଇ ଯେଉଁ ବଦାନ୍ୟ ଭକ୍ତମାନେ ଅଛନ୍ତି ସେମାନଙ୍କ ସହଯୋଗରେ ହେବ। ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବେ।

ଆଇନମନ୍ତ୍ରୀ  ଏହା ମଧ୍ୟ କହିଛନ୍ତି ଯେ ଏହାର ଡିଜାଇନ ଆରମ୍ଭ ହୋଇଛି। ଭକ୍ତ ସାତ ପାହାଚଠୁ ସିଧା ଯାଇ ଘଣ୍ଟି ଦ୍ୱାର ପଟେ ବାହାରିବେ। ସେଭଳି ଏକ ବ୍ୟବସ୍ଥା କରାଯାଉଛି। ଏହି ବ୍ୟବସ୍ଥା ହୋଇସାରିବା ପରେ ଭକ୍ତମାନଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତେ ଭଲ ଭାବରେ ପ୍ରଭୁଙ୍କ ଦର୍ଶନ ସାରି ମନ୍ଦିରରୁ ବାହାରିବେ। ଏହାକୁ ଆଖି ଆଗରେ ରଖି ଯୋଜନା ଆରମ୍ଭ କରୁଛୁ। ସେହିପରି ହବିଷ୍ୟାଳି ମା’ମାନଙ୍କ ପାଇଁ ମହାପ୍ରଭୁଙ୍କ କୌଣସି ଅସୁବିଧା ହେବ ନାହିଁ। ସେ ନେଇ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *