ପଠାନ କୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫ ନିପାତ

ନୂଆଦିଲ୍ଲୀ,୧୧/୧୦:  ପଠାନ କୋଟ ଆକ୍ରମଣର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କୀ ସାହିଦ ଲତିଫ ନିପାତ। ଅଜଣା ଦୁବୃର୍ତର ଗୁଳିମାଡ଼ରେ ସଫା ହେଲା କୁଖ୍ୟାତ ଆତଙ୍କୀ। ଏନଆଇଏ ପାଇଁ ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ଥିଲା ସାହିଦ ଲତିଫ । କିଏ ଓ କାହିଁକି ଲତିଫକୁ ହତ୍ୟା କଲା ତାହା ଅସ୍ପଷ୍ଟ ହୋଇନି। ୨୦୧୬ରେ ପଞ୍ଜାବ ପଠାନକୋଟର ଏୟାରବେସ୍ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈଶ-ଏ ମହମ୍ମଦ କରିଥିଲା । ଏହି ଘଟଣାରେ ଭାତୀୟ ସେନାର ୭ ବୀର ଯବାନ ସହିଦ ହୋଇଥିଲେ । ଆକ୍ରମଣ ଘଟଣା ପରେ ତଦନ୍ତ ବେଳେ ଜଣାପଡ଼ିଥିଲା ଏଥିରେ ଲତିଫର ହାତ ରହିଛି ।