ରାୟଗଡରେ ଭୂସ୍ଖଳନ, ୧୬ମୃତ ଓ ୧୧୯ ନିଖୋଜ

ନୂଆଦିଲ୍ଲୀ,୨୧/୦୭: ମହାରାଷ୍ଟ୍ର ରାୟଗଡରେ ଭୂସ୍ଖଳନ ଘଟଣାରେ ଏବେବି ୧୧୯ଜଣ ନିଖୋଜ ଅଛନ୍ତି । ଇର୍ଶଲୱାଡି ଭୂସ୍ଖଳନସ୍ଥଳରେ ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ମାନେ ମାଟି ଅତଡା ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଏପର୍ଯ୍ୟନ୍ତ ୧୬ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳ ୯୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।ତେବେ ଗତ ରାତିରେ ଅନ୍ଧାର ଓ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ଏହାକୁ ବନ୍ଦ କରାଯାଇଥିଲା । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।