କଲମ୍ବିଆରେ ଭୂସ୍ଖଳନ: ମାଟି ତଳେ ଦବିଗଲା ଯାତ୍ରୀବାହୀ ବସ୍ , ୩୪ ମୃତ

ନୂଆଦିଲ୍ଲୀ,୬/୧୨: କଲମ୍ବୋରେ ପୁଣି ଥରେ ଭୟଙ୍କର ଭୂସ୍ଖଳନ ଘଟିଛି । ଫଳରେ ଏକ ଯାତ୍ରୀବାହୀ ବସ୍ ମାଟି ତଳେ ଦବି ହୋଇଯିବାରୁ ୩୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ ଯେ ପ୍ରବଳ ବର୍ଷା ଯୋଗୁଁ ରିସାରାଲ୍ଡ ପ୍ରାନ୍ତରେ ଭୂସ୍ଖଳନ ହୋଇଛି । ଘଟଣାକୁ ନେଇ କଲମ୍ବିଆ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରାଜଧାନୀ ବୋଗୋଟାରୁ ପ୍ରାୟ ୨୩୦ କିଲୋମିଟର ଦୂର ପୁଏଲବୋ ରିକୋ ଓ ସୋସିଲିଆ ଗାଁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି । ମାଟି ତଳେ ବସ୍ ଚାପି ହୋଇଯିବାରୁ ୩୩ଜଣଙ୍କ ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ ୩ଜଣ ଶିଶୁ ଥିବା ଜଣାପଡ଼ିଛି । ୯ଜଣଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।