ବୈଷ୍ଣୋ ଦେବୀ ଭବନ ରାସ୍ତାରେ ଭୂସ୍ଖଳନ, ୩ମୃତ

ନୂଆଦିଲ୍ଲୀ,୨/୦୯:  ବୈଷ୍ଣୋ ଦେବୀ ଭବନ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଞ୍ଚି ହେଲିପ୍ୟାଡ ନିକଟରେ ଭୂସ୍ଖଳନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ବହୁସଂଖ୍ୟକ ଶ୍ରଦ୍ଧାଳୁ ଫସି ରହିଥିବା ଆଶଙ୍କା କରାଯାଉଛି। ମାତା ବୈଷ୍ଣୋ ଦେବୀ ସ୍ରାଇନ ବୋର୍ଡ ତରଫରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ରାଇନ ଟ୍ରାକରେ ପଥର ଖସିବା ଓ ଭୂସ୍ଖଳନ ହୋଇଛି ବୋଲି ସୂଚନା ମିଳିଛି। ବୋର୍ଡର ବିପର୍ଯ୍ୟୟ ପରିଚାଳନା ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ ଯେ ସେହିପରି ଗତ ମେ ୨୦୨୪ରେ ଜମ୍ମୁ-କଶ୍ମୀରର ଅଖନୁରରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୨ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୫୪ ଜଣ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *