ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩/୦୨: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନୀତ କରାଯିବ । ଏହାସହ ତାଙ୍କୁ ଭେଟି ସେ ଶୁଭେଚ୍ଛା ଜଣାଇଛନ୍ତି । ଭାରତର ବିକାଶରେ ଲାଲକୃଷ୍ଣ ଆଡଭାନୀଙ୍କ ଅନେକ ଅବଦାନ ରହିଛି ବୋଲି କହିଛନ୍ତି । ମୋଦୀ ଆହୁରି ଲେଖିଛନ୍ତି କି ସେ ରାଷ୍ଟ୍ରିୟ ଏକତା ଓ ସଂସ୍କୃତିକ ପୁନରୁତ୍ଥାନକୁ ଆଗକୁ ବଢାଇବାକୁ ସେ ଦିଗ ଦେଖାଇଥିଲେ । ସେ ଭାରତରତ୍ନ ପାଇବା ଅତି ଗୌରବର ବିଷୟ । ଲାଲକୃଷ୍ଣ ଆଡଭାନୀ ଦଳର ଏକମାତ୍ର ନେତା ଯିଏ ୧୯୮୦ ମସିହାରୁ ଭାରତୀୟ ଜନତା ପାର୍ଟି ତିଆରି ହେବା ପରଠୁ ଅଧିକାଂଶ ସମୟ ପାର୍ଟି ଅଧ୍ୟ ଦାୟିତ୍ୱ ତୁଲାଇଥିଲେ । ସେ ପ୍ରଥମ ଥର ୧୯୮୬ରୁ ୧୯୯୦ ଯାଏଁ ଦଳର ଅଧ୍ୟକ୍ଷ ରହିଥିଲେ । ଏହାପରେ ୧୯୯୩ରୁ ୧୯୯୮ ଆଉ ତାପରେ ୨୦୦୪ରୁ ୨୦୦୫ ଯାଏଁ ପାର୍ଟି ଅଧ୍ୟକ୍ଷ ରହିଥିଲେ ।  ତାଙ୍କୁ ଉପ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ।