ବଦଳିଲା ଲକ୍ଷ୍ମୀ ବସର ରଙ୍ଗ, ସବୁଜରୁ ହେଲା ଗେରୁଆ

ଭୁବନେଶ୍ୱର,୨/୦୭: ଲକ୍ଷ୍ମୀ ବସର ହେଲା ରୂପାନ୍ତରୀକଣ । ବଦଳିଲା ବସର ରଙ୍ଗ । ସବୁଜରୁ ଗେରୁଆ ହୋଇଛି ବସର ରଙ୍ଗ । ଢେଙ୍କାନାଳରେ ବସଷ୍ଚାଣ୍ଡରେ ଥିବା ୨୮ଟି ବସର ରଙ୍ଗ ବଦଳିଛି । ଏହାପରେ ଗେରୁଆ ରଙ୍ଗ କାହା ନିର୍ଦ୍ଦେଶରେ ହୋଇଛି ତାକୁ ନେଇ ଚର୍ଚ୍ଚା । ସରକାର ବଦଳିବା ପରେ ଏହି ବସ ସେବାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିଲା । ଏହାରି ଭିତରେ କିନ୍ତୁ ସେବା ଚାଲୁ ରହିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । ଏହାର ନାମ କିନ୍ତୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତନ ହେବ ବୋଲି ସ୍ପଷ୍ଟ କରିଛନ୍ତି। କମ୍ ପଇସାରେ ପଂଚାୟତରୁ ସହରକୁ ଯୋଡିବା ପାଇଁ ତତ୍କାଳୀନ ନବୀନ ସରକାର ଏହି ବସ୍ ସେବାର ଶୁଭାରମ୍ଭ କରିଥିଲେ ।