ବନ୍ଦ ନହୋଇ ଚାଲୁ ରହିବ ରହିବ ଆହାର କେନ୍ଦ୍ର, ସ୍ପଷ୍ଟ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୧୮/୦୭: ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆହାର କେନ୍ଦ୍ର ହେଇଛି । ତେଣୁ ଏହା ବନ୍ଦ ନହୋଇ ଚାଲୁ ରହିବ । ଏନେଇ ଆଜି ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଛି । ତେଣୁ ବିଜେଡି ସରକାରର ଯୋଜନାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ମନ୍ତ୍ରୀ ଆହାର ଯୋଜନା ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି ।

ଆଜି ମନ୍ତ୍ରୀ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ର ଯାଇ ଟୁକୋନ ଆଣିବା ପରେ ଧାଡିରେ ଯାଇ ଖାଇବା ଥାଳି ଆଣି ନିଜେ ଖାଇଛନ୍ତି ମନ୍ତ୍ରୀ । ଖାଇବା ଥାଳିରେ ଆଉ ଅଧିକ କଣ ଦିଆଯାଇପାରିବ ସେ ଦିଗରେ ସମୀକ୍ଷା କରିବା ପରେ କଣ ପଦକ୍ଷେପ ନେଇହେବ ଚିନ୍ତା କରିବେ ବୋଲି ମନ୍ତ୍ରୀ କହିଛନ୍ତି।