ଭୁବନେଶ୍ୱର,୨୭/୦୧: ରାଜ୍ୟ ଏବଂ ରାଜ୍ୟ ବାହାରେ ଏବେ ଯାଏଁ ଇ-କେୱାଇସି ଅପଡେଟ୍ କରିନାହାନ୍ତି ସେନେଇ ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗାଣମନ୍ତ୍ରୀ ତଥ୍ୟ ଦେଇ କହିଛନ୍ତି, ଆଉ ୪ ଦିନ ମଧ୍ୟରେ ସରିବ ଇ-କେୱାଇସି ଯାଞ୍ଚ । କିନ୍ତୁ ୪୦ ଲକ୍ଷରୁ ଅଧିକ ଲୋକ ଏବେ ସୁଦ୍ଧା ଇ-କେୱାଇସି ଅପଡେଟ କରିନାହାନ୍ତି । ଯଦି କେହି ଲୋକ ସମୟ ମଧ୍ୟରେ ଇ-କେୱାଇସି କରିପାରିନାହାନ୍ତି, ତେବେ ସେମାନେ ପରେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଆକାରରେ ଦେଲେ ସେମାନଙ୍କ ପରବର୍ତୀ ସମୟରେ ଇ-କେୱାଇସି ପାଇଁ ସରକାର ବିଚାର କରିବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଏବେ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି । ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ ଇ-କେୱାଇସି କରିନାହାନ୍ତି ।