ଭୁବନେଶ୍ୱର,୨୪/୧୨: ରାଜ୍ୟରେ ତେଲ ଟାଙ୍କିରେ ହେଉଛି ଗଫଲତି ଏବଂ ଓଜନରେ ଠକୁଛନ୍ତି ଗ୍ୟାସ ଏଜେନ୍ସି । ଜାତୀୟ ଉପଭୋକ୍ତା ଦିବସ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମରେ ଯୋଗ ଦେଇ ଏମିତି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୩୭୧ ଟାଙ୍କିରେ କମ ତେଲ ଆସୁଛି । ୫ ଲିଟର ତେଲ ନେଲେ ୨୦ ରୁ ୩୦ ଗ୍ରାମ କମ ଆସୁଛି । ସେହିଭଳି ଗ୍ୟାସରେ ବି ଠକେଇ ହେଉଛି । ୧୪ କେଜି ୧୯ କେଜି ଗ୍ୟାସରେ ଓଜନରେ ଠକେଇ ହେଉଛି । ସେଥିପାଇଁ ଜିଲ୍ଲାସ୍ତର ଏବଂ ରାଜ୍ୟ ସ୍ତରରେ କଞ୍ଜ୍ୟୁମର କୋର୍ଟକୁ ସଶକ୍ତ କରାଯିବ । ଅତୀତରେ ବ୍ୟବସ୍ଥା ଖରାପ ହୋଇଯାଇଛି, ଯୋଗାଣ ଅଫିସରେ ଷ୍ଟାପ ନାହାନ୍ତି । ତେଲ ଟାଙ୍କି ମାନଙ୍କରେ ଗ୍ୟାସ ଏଜେନସି ଗୁଡିକରେ ଚେକ କରିବାକୁ ପଡିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।