ଖୁବଶୀଘ୍ର ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ କ୍ରୁଜ ବୋଟିଂ

ଭୁବନେଶ୍ୱର, ୨୮/୭: ହୀରାକୁଦ ଜଳଭଣ୍ଡାରରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କ୍ରୁଜ ବୋଟିଂ। ଏହାସହ  ଇକୋ ଟୁରିଜମ, ଟାପୁରେ ହୋଟେଲ  ମଧ୍ୟ ହେବ। ଏହି ପରିବେଶ ପର୍ଯ୍ୟଟନ ପାଇଁ  ୧୩୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ପର୍ଯ୍ୟଟନ, ବନ ବିଭାଗ ଓ WODC ମିଳିତ ଭାବେ ଏହି ପ୍ରକଳ୍ପ କରିବେ ।

ଅନ୍ୟପଟେ ସମଲେଇ ଯୋଜନା କାର୍ଯ୍ୟକାରୀ କରିବାକୁ ଖୁବ୍‌ଶୀଘ୍ର  ଟେଣ୍ଡର  ହେବ । ସମ୍ବଲପୁର ଗୋଲବଜାର ଫ୍ଲାଇଓଭର କାମ ମାସକରେ ଶେଷ ହେବ । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି। ହୀରାକୁଦ ଜଳଭଣ୍ଡାରରେ ହେବ ମତ୍ସ୍ୟ ରୋଗ ନିରୂପଣ ଲ୍ୟାବ୍ । ମତ୍ସ୍ୟ ଉତ୍ପାଦନ ବୃଦ୍ଧିରେ ଏହା ସହାୟକ ହେବ । ଉଲ୍ଲେଖଯୋଗ୍ୟ ଯେ ଆଜି ହୀରାକୁଦରେ ସ୍ଥିତି ଅନୁଧ୍ୟାନ କରିଥିଲେ WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ।