ରାଜ୍ୟରେ ଶୀତ ଲହରି, ୧୦ ଡିଗ୍ରୀ ତଳେ ୩ ସହର

ଭୁବନେଶ୍ୱର, ୯/୧୧: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା କମିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ୧୦ ଡିଗ୍ରୀ ତଳେ ୩ ସହର ରହିଛି। ୯.୪ ଡିଗ୍ରୀ ସହ ସୋନପୁର ଆଜି ବି ରାଜ୍ୟର ସବୁଠୁ ଶୀତଳ ସହର। ସେହିପରି ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିଅସ ତଳେ ରହିଛି। ଦାରିଙ୍ଗବାଡ଼ିରେ ୯.୫, ଫୁଲବାଣୀରେ ୧୦, ଅନୁଗୁଳରେ ୧୧ ଡିଗ୍ରୀ, କୋରାପୁଟ ୧୧.୨, ଭବାନୀପାଟଣା ୧୧.୪, ଝାରସୁଗୁଡ଼ା ୧୩.୪ ଡିଗ୍ରୀ, ତାଳଚେର ୧୩.୫, ବଲାଙ୍ଗିର ୧୪, କେନ୍ଦୁଝର ୧୪.୪, ମାଲକାନଗିରି ୧୪.୫ ଡିଗ୍ରୀ, କଟକରେ ୧୬ ଓ ଭୁବନେଶ୍ବରରେ ତାପମାତ୍ରା ୧୬.୩ ଡିଗ୍ରୀ ସେଲ୍‌ସିଅସ ରହିଛି।