କିଟ୍ ମାମଲାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୮/୦୨: କିଟ୍ ମାମଲାର ହେବ ଉଚ୍ଚସ୍ତରୀୟ ତଦନ୍ତ। ଏଥି ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର । କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ସଚିବ ସାମିଲ । ଘଟଣାର ନିରପେକ୍ଷ ତଦନ୍ତ କରିବ କମିଟି ।

କିଟ୍ କଲେଜ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ନ୍ୟାୟ ଦାବି କଲେ ମୃତ ଛାତ୍ରୀଙ୍କ ବାପା । କହିଲେ ଓଡ଼ିଶା ପୋଲିସ ଓ ଏଠାକାର ନାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଅଛି । ଝିଅ ମୃତ୍ୟୁ ପାଇଁ ତାଙ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ମୃତ ଛାତ୍ରୀଙ୍କ ବାପା କହିଛନ୍ତି । ପ୍ରେମ, ପ୍ରତାରଣାକୁ ନେଇ କିଟ୍ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ପରେ ତାଙ୍କ ପୁରୁଷ ବନ୍ଧୁକୁ ଗିରଫ କରାଯାଇଛି ।ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ କଲେଜରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *