ଭାରତରେ ଖେଳାଯିବ ଖେଲୋ ଇଣ୍ଡିଆ ପାରା ଗେମସ୍

ନୂଆଦିଲ୍ଲୀ,୨୪/୧୧: ଭାରତରେ ପ୍ରଥମ ଥର ପାଇଁ ଖେଳାଯିବ  ଖେଲୋ ଇଣ୍ଡିଆ ପାରା ଗେମସ୍। ରାଜଧାନୀ ନୂଆଦିଲ୍ଲୀରେ ଡିସେମ୍ବର ୧୦ରୁ ଏହା ଆରମ୍ଭ ହେବାକୁ ଯାଉଛି । ଏହି କ୍ରୀଡା ମେଳାରେ ୩୨ରାଜ୍ୟ, ୭କେନ୍ଦ୍ର ଶାସିତ ଅଂଚଳ ସମେତ ସର୍ଭିସେସ ସ୍ପୋର୍ଟ୍ସ କଂଟ୍ରୋଲ ବୋର୍ଡର ମୋଟ ୧୩୫୦ରୁ ଉଦ୍ଧ୍ୱର୍ ପାରା କ୍ରୀଡାବିତ ସାମିଲ ହେବେ ।

ଭାରତୀୟ କ୍ରୀଡା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ୨୦୧୭ ମସିହାରେ ଖେଲୋ ଇଣ୍ଡିଆ ଯୋଜନାର ପରିକଳ୍ପନା କରିଥିଲେ । ୨୦୧୮ରୁ ଏପର୍ଯ୍ୟନ୍ତ ମୋଟ ୧୧ଟି ଖେଲୋ ଇଣ୍ଡିଆ ଗେମ୍ସର ସଫଳ ଆୟୋଜନ କରାଯାଇଛି । ଏଥିରେ ୫ଟି ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୩ଟି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଏବଂ ୩ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ଅର୍ନ୍ତଭୁକ୍ତ ।