ରାମଲାଲାଙ୍କ ପାଇଁ ଓଡିଶାରୁ ଅଯୋଧ୍ୟା ଗଲା ଖଣ୍ଡୁଆ ପାଟ

ନୂଆଦିଲ୍ଲୀ,୧୮/୦୧: ଆସନ୍ତା ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାରିମଧ୍ୟରେ ଓଡିଶାରୁ ରାମଲାଲାଙ୍କ ପାଇଁ ଅଯୋଧ୍ୟା ଯାଉଛି ଖଣ୍ଡୁଆ ପାଟ । ଯାହାକୁ ରାମଲାଲା ପରିଧାନ କରିବେ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଅହିଂସା ଖଣ୍ଡୁଆ ପାଟ ଧରି ଅଯୋଧ୍ୟା ବାହାରିଛନ୍ତି ଶ୍ରଦ୍ଧାଳୁ । ବ୍ରତ ଓ ବିଧି ପାଳନ ପୂର୍ବକ କଟକ ନୂଆପାଟଣାର ବୁଣାକାରମାନେ ଏହି ପାଟବସ୍ତ୍ରକୁ ପ୍ରସ୍ତୁତ କରିଛନ୍ତି । ଏହି ପାଟବସ୍ତ୍ର ବୁଣିବାକୁ ୧୧ ଜଣ କାରିଗରଙ୍କୁ ୧୫ ଦିନ ସମୟ ଲାଗିଥିଲା । ରାମଲାଲାଙ୍କ ପାଇଁ ଏହା ଓଡିଶାର ଲୋକଙ୍କ ଭକ୍ତିର ଅର୍ଘ୍ୟ ବୋଲି ରାମଭକ୍ତ କହିଛନ୍ତି । ଏହାପରେ ପ୍ରତିବର୍ଷ ଗୋଟିଏ ଦିନ ରାମଲଲା ଓଡିଶାର ଏହି ଅହିଂସା ଖଣ୍ଡୁଆ ପାଟ ପରିଧାନ କରିବେ, ତେଣୁ ପ୍ରତି ବର୍ଷ ଅହିଂସା ଖଣ୍ଡୁଆ ତିଆରି କରି ପଠାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା କହିଛନ୍ତି ।