ଚଳିତବର୍ଷ ବି ଖଣ୍ଡଗିରି ହେବନି ମେଳା

ଭୁବନେଶ୍ୱର, ୨୯/୧: ରାଜ୍ୟରେ ଏବେ କରୋନା ସ୍ଥିତି ସୁଧୁରି ଥିଲେ ମଧ୍ୟ ବିପଦ ଟଳିନି। ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ଭୁବନେଶ୍ବରର ଖଣ୍ଡଗିରି ମାଘ ମେଳା ବନ୍ଦ କରିବାକୁ ଭୁବନେଶ୍ବର ମହାନଗର ନିଗମ ନିଷ୍ପତ୍ତି ନେଇଛି। ମେଳା ସହ ଅପେରା ମଧ୍ୟ ବନ୍ଦ ପାଇଁ ନିଷ୍ପତ୍ତି ନେଇପାରେ ବୋଲି ସୂଚନା ରହିଛି।