ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାୟକମାନଙ୍କର ମଧ୍ୟ ଦରମା ଦୁଇଗୁଣା ବୃଦ୍ଧି

ନୂଆଦିଲ୍ଲୀ,୨୧/୦୩: ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାୟକମାନଙ୍କର ମଧ୍ୟ ଦରମା ଦୁଇଗୁଣା ବୃଦ୍ଧି ପାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ଦୁଇଗୁଣା ହେବା ନେଇ ବିଧାନସଭାରେ ବିଲ୍ ପାସ୍ ହୋଇଛି । ତେବେ ସିଦ୍ଧରମୈୟା ସରକାର କର୍ଣ୍ଣାଟକ ବିଧାନସଭାରେ ଦରମା, ପେନସନ ଏବଂ ଭତ୍ତା (ସଂଶୋଧନ) ଆଇନ, ୨୦୨୫ ବିଲ୍ ଆଣିଥିଲେ, ଯାହାକୁ ବିଧାନସଭାରେ ଗୃହୀତ କରାଯାଇଛି । ଏହାସହିତ ସରକାରୀ ଟେଣ୍ଡରରେ ମୁସଲିମ ଠିକାଦାରମାନଙ୍କୁ ଚାରି ପ୍ରତିଶତ ସଂରକ୍ଷଣ ଦେବା ବିଲ୍ ମଧ୍ୟ ବିଧାନସଭାରେ ଗୃହୀତ ହୋଇଛି । ଏହି ବିଲ୍ ପାସ୍ ହେବା ପରେ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ଦରମା ପ୍ରତିମାସ ପିଛା ୭୫ ହଜାର ଟଙ୍କାରୁ ୧.୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ । ସେହିଭଳି ମନ୍ତ୍ରୀମାନଙ୍କ ଦରମା ୬୦ ହଜାର ଟଙ୍କାରୁ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ । ଏହାବାଦ୍ କର୍ଣ୍ଣାଟକର ବିଧାୟକମାନେ ମଧ୍ୟ ୪୦ ହଜାର ଟଙ୍କାରୁ ୮୦ ହଜାର ଟଙ୍କାକୁ ବୃଦ୍ଧି ପାଇବ । ବିଧାନସଭା ଏବଂ ବିଧାନ ପରିଷଦରେ ମଧ୍ୟ ବାଚସ୍ପତିଙ୍କ ଦରମା ବୃଦ୍ଧି କରାଯାଇଛି । ତାଙ୍କର ଦରମା ଏବେ ମାସିକ ୭୫ ହଜାର ଟଙ୍କାରୁ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *