ଭୁବନେଶ୍ୱର,୨୯/୧୦: ମନ୍ଦିରରେ ଆତସବାଜି ବେଳେ ନିଆଁ ଲାଗି ୧୫୦ରୁ ଅଧିକ ଆହତ ହୋଇଛନ୍ତି। କେରଳର କାସରାଗୋଡ ଜିଲ୍ଲାର ନୀଲେଶ୍ୱର ନିକଟସ୍ଥ ଏକ ମନ୍ଦିରରେ ଆତସବାଜି ସମୟରେ ଏଭଳି କିଛି ଦୁର୍ଘଟଣା ଘଟିଛି।ସୂଚନା ମୁତାବକ, ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏହି ସମୟରେ ଆତସବାଜି ମଧ୍ୟ କରାଯାଉଥିଲେ। ତେବେ ଆତସବାଜି ବେଳେ ସେଥିରୁ ନିଆଁ ଝୁଲ ଖସି ବାଣ ରଖାଯାଇଥିବା ଷ୍ଟୋରେଜ ଘର ପରେ ପଡିଥିଲା। ଫଳରେ ଏଥିରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ କାସରାଗୋଡ, କନ୍ନୁର ଏବଂ ମାଙ୍ଗାଲୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।କେରଳ ପୁଲିସ ଏକ ଏଫଆଇଆର୍ ରୁଜୁ କରି ମାମଲାର ତଦନ୍ତ ଜାରି ରଖିଛି।