କେରଳ ଥିରୁଅନନ୍ତପୁରମରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ, ନିଜ ପରିବାରର ୫ ଜଣଙ୍କ ସମେତ ପ୍ରେମିକାକୁ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ,୨୫/୦୨: କେରଳ ଥିରୁଅନନ୍ତପୁରମରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଟଙ୍କା ପାଇଁ କାହାକୁ ବି ଛାଡ଼ିଲାନି ପୁଅ । ନିଜ ପରିବାରର ସମସ୍ତଙ୍କୁ ହତ୍ୟା କରିଛି ଜହ୍ଲାଦ ପୁଅ । ଋଣ କରଜ ତଳେ ଫସିଥିବା ୨୩ ବର୍ଷୀୟ ଯୁବକ ନିଜ ପରିବାରର ଦାଦା, ଖୁଡି, ଜେଜେମା ଓ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଜହ୍ଲାଦ ପୁଅ ନିଜ ମାଆକୁ ବି ମାରିବାକୁ ପଛାଇ ନଥିଲା । ମାତ୍ର ମାଆ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । କେବଳ ନିଜ ପରିବାର ଲୋକ ନୁହେଁ ପ୍ରେମିକାକୁ ମଧ୍ୟ ହତ୍ୟା କରିଛି ସଇତାନ । ଏହି ଘଟଣାଟି କେରଳ ଥିରୁଅନନ୍ତପୁରମ୍ ବେଞ୍ଜାରାମୁଡୁ ଗାଁର ଘଟଣା । ସୂଚନା ଅନୁସାରେ ଅଭିଯୁକ୍ତ ଅପ୍ଫାନ୍, ଗଲ୍ଫ ଦେଶ ଗୁଡିକରେ ବ୍ୟବସାୟ ପାଇଁ ଅର୍ଥ ନିବେଶ କରିଥିଲା। ଆଉ ସେଥିରେ ସେ ଅନେକ କ୍ଷତି ସହିଥିଲା। ଯାହାକୁ ନେଇ ଅପ୍ଫାନ୍ ମୁଣ୍ଡ ଉପରେ କରଜ ବଢ଼ିଯାଇଥିଲା। ଆଉ ସେ ନିଜ ପରିବାର ଲୋକଙ୍କୁ ସାହାଯ୍ୟ ମାଗିଥିଲା। ହେଲେ କେହି ତାକୁ ସାହାଯ୍ୟ ନକରିନାରୁ ସେ ନିଜ ପରିବାର ଲୋକଙ୍କ ସମେତ ପ୍ରେମିକାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରି ଆତ୍ମସମର୍ପଣ କରିଛି।

Leave a Reply

Your email address will not be published. Required fields are marked *