Kerala Landslide update: କେରଳରେ ଭୟଙ୍କର ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୮୪କୁ ବୃଦ୍ଧି

ନୂଆଦିଲ୍ଲୀ,୩୦/୦୭: କେରଳରେ ଭୟଙ୍କର ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାଟି ଅତଡା ତଳୁ ଏପର୍ଯ୍ୟନ୍ତ ୮୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି ।ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁ ଭୟଙ୍କର ଭୂସ୍ଖଳନ ହୋଇଛି । ମାାଟି ଅତଡ଼ା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି ।