କେରଳ କୋଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଘଟଣ, ଦଳଚକଟାରେ ୪ମୃତ

ନୂଆଦିଲ୍ଲୀ,୨୬/୧୧: କେରଳ କୋଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଘଟଣ ଘଟିଛି । ଦଳଚକଟାରେ ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।କୋଚି ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା । ନିକିତା ଗାନ୍ଧୀଙ୍କ ଲାଇଭ୍ କନସର୍ଟ ବେଳେ ଛାତ୍ରଛାତ୍ରୀଙ୍କ ସହ ୨ ହଜାରରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା । ଏତିକି ବେଳେ ପ୍ରବଳ ବର୍ଷା ହେବାରୁ ଛାତ୍ରଛାତ୍ରୀମାନେ ଏଣେତେଣେ ଦୌଡିଥିଲେ । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।