ବିଦ୍ୟୁତ୍ ଆଘାତରେ ଗଲା ୬ଜଣ କାଉଡିଆଙ୍କ ଜୀବନ, ୫ ଆହତ

ନୂଆଦିଲ୍ଲୀ,୧୬/୦୭: ଉତ୍ତରପ୍ରଦେଶ ମେରଟର ପରିକ୍ଷିତଗଡ଼ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମହାଦେବଙ୍କୁ ଜଳାଭିଷେକ କରିବାକୁ ଯାଉଥିବା ବିଦ୍ୟୁତ୍ ଆଘାତରେ ଗଲା ୬ଜଣ କାଉଡିଆ ଭକ୍ତଙ୍କ ଜୀବନ। ଅନ୍ୟ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହାପରେ ଗୁରୁତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ପାଣି ନେଇ ଯାଉଥିବାବେଳେ ହଠାତ୍ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସେମାନଙ୍କ ଉପରେ ଛିଡିପଡିଥିଲା । ଫଳରେ ଏଭଳି ଭୟାନକ ଦୁର୍ଘଟଣା ଘଟିଛି ।

ସେଠାକାର ଲୋକଙ୍କ କହିବା ଅନୁସାରେ କାଉଡିଆମାନେ ଯାଉଥିବା ଡିଜେ ଗାଡି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ପୋଲକୁ ଧକ୍କା ଦେବାରୁ ତାର ଛିଡିଯାଇ କାଉଡିଆଙ୍କ ଉପରେ ପଡିଥିଲା, ଫଳରେ ଘଟଣାସ୍ଥଳରେ ହିଁ ୬ଜଣଙ୍କ ମୃତ୍ୟୂୁ ହୋଇଛି ।