ଶ୍ରାବଣ ଶେଷ ସୋମବାର, ଶୈବପୀଠରେ କାଉଡ଼ିଆଙ୍କ ଲାଗିଛି ଭିଡ଼

ଭୁବନେଶ୍ୱର,୨୮/୦୮: ଆଜି ଶ୍ରାବଣ ମାସ ଶେଷ ସୋମବାର। ତେଣୁ ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗି ରହିଛି । ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ରାତି ୨ଟାରୁ ପହଡ଼ ଖୋଲାଯାଇ ନୀତିକାର୍ଯ୍ୟ ହୋଇଛି। ସ୍ୱତନ୍ତ୍ର ନୀତିକାନ୍ତି ପରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଜଳଲାଗି ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ପୀଠକୁ ସଂଯୋଗ କରୁଥିବା ସେତୁରେ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ ଜଳଲାଗି ଲାଗି ବିଭିନ୍ନ ଶୈବପୀଠରେ ପ୍ରବଳ ଭିଡି ଦେଖିବାକୁ ମିଳିଛି । କାଉଡିଆମାନେ ଦଳଗତ ଭାବେ ଗତକାଲିଠୁ ପାଣି ଉଠାଇ ଜଳଲାଗି ପାଇଁ ଯାତ୍ରା ଆରମ୍ଭ କରିଥିଲେ। କଉଡିଆମାନେ ଆଜି ବାବା ଭୋଲେଙ୍କୁ ଜଳ ଲାଗି କରି ଦର୍ଶନ କରିଛନ୍ତି ।