କାଶୀ ବିଶ୍ୱନାଥ କରିଡରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୩/୧୨: ଆଜି ବାରଣାସୀରେ ଭବ୍ୟ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ୩୩୯ କୋଟି ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି ।  ଏହା ପ୍ରାଚୀନ କାଶୀ ବିଶ୍ୱନାଥ ମନ୍ଦିରକୁ ଗଙ୍ଗାର ୨ଟି ଘାଟ ସହ ସଂଯୋଗ କରିବ । ଏହି ପ୍ରକଳ୍ପରେ ୭୫ ମିଟର ଓସାରର ଚଲାପଥ ନିର୍ମାଣ କରାଯାଇଛି । ଏହାସହ ସେ ୨୩ଟି କୋଠାର ଉଦଘାଟନ କରିଛନ୍ତି ,ଯେଉଁଥିରେ ତିର୍ଥଯାତ୍ରୀଙ୍କ ପାଇଁ ପର୍ଯ୍ୟଟକ ସହାୟତା କେନ୍ଦ୍ର, ବୈଦିକ କେନ୍ଦ୍ର, ଫୁଡ୍ କୋର୍ଟ, ସଂଗ୍ରହାଳୟ ରହିଛି।