କାର୍ତ୍ତିକ ପୂର୍ଣ୍ଣିମା, ଭୋରରୁ ଉଠି ଡଙ୍ଗା ଭସାଇଲେ ହଜାର ହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର,୧୫/୧୧: ଆ କା ମା ଵୈ.ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର । ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳୁମାନେ ଭୋର ୪ ଟାରୁ ଉଠି ଡଙ୍ଗା ଭସାଇଛନ୍ତି । ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ଣ୍ୟ ମିଳିଥାଏ । ଯେଉଁଥିପାଇଁ ଲୋକେ ଡଙ୍ଗାରେ ପାନ, ଗୁଆ ଥୋଇ ଧରମ ମାସରେ ଡଙ୍ଗା ଭସାଉଛନ୍ତି । ଭିଡକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗା ଆଦି ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛ। ପ୍ରାଚୀନ ପରମ୍ପରା ଅନୁଯାୟୀ ଭୋର ୪ଟାରୁ କାଗଜ ଡ଼ଙ୍ଗା, କଦଳୀ ଫାଉଡାରେ ନିର୍ମିତ ଡଙ୍ଗା ଧରି ଚନ୍ଦ୍ରଭାଗା ତ୍ରୀର୍ଥ ପୁଷ୍କରିଣୀରେ ଶତାଧିକ କାର୍ତ୍ତିକ ବର୍ତ ଧାରୀ ଶ୍ରଦ୍ଧାଳୁ ମାନେ ପୂଜାର୍ଚନା କରି ଡ଼ଙ୍ଗା ଭସାଇଛନ୍ତି । ବିଶ୍ୱାସ ରହିଛି କାର୍ତ୍ତିକ ମାସରେ ଓଷା କରିବା ସହ ଅରୁଆ ଖାଇ ପୂର୍ଣ୍ଣିମା ଦିନ ଡ଼ଙ୍ଗା ଭସାଇଥିଲେ ପିଲାମାନଙ୍କର ମଙ୍ଗଳ ହେବା ସହ ଆରୋଗ୍ୟ ଲାଭ ହୋଇଥାଏ ।