୫ ଦିନ ବଦଳରେ ୪ ଦିନ ପାଳନ ହେବ ପଞ୍ଚୁକ, ବ୍ରତଧାରୀଙ୍କ ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତର ବ୍ୟବସ୍ଥା

ଭୁବନେଶ୍ୱର,୯/୧୧: ୧୨ ତାରିଖରୁ ପଞ୍ଚୁକ ବ୍ରତ ପାଳିବେ ବ୍ରତଧାରୀ । କିନ୍ତୁ ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ବ୍ରତ । ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ବିତୀୟ ଦିନ ବାଙ୍କଚୁଳ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ଜମୁଛି ବ୍ରତଧାରୀଙ୍କ ଭିଡ଼ । ଆଗକୁ ଆହୁରି ଭକ୍ତ ଆସିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବରିଷ୍ଠ ନାଗରିକ ଓ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛି ପ୍ରଶାସନ । ୩୮ପ୍ଲାଟୁନ ଫୋର୍ସ ମୁତୟନ ସହ ବ୍ୟାରିକେଡ, ପାନୀୟ ଜଳର ବ୍ୟବସ୍ଥା ହୋଇଛି । ସେହିପରି ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଏସପି ବିନୀତ ଅଗ୍ରବାଲ । ଦୀର୍ଘ ବର୍ଷ ପରେ ଚଳିତ ଥର ୪ଦିନ ପଡୁଛି ପଞ୍ଚୁକ ବ୍ରତ । ତେବେ ୪ଦିନରେ ମହାପ୍ରଭୁଙ୍କ ୪ଟି ବେଶ ଦେଖିବାକୁ ଭକ୍ତଙ୍କ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ଜମିଲାଣି ।