ଦିନକ ପରେ କାର୍ତ୍ତିକ ମାସ ଆରମ୍ଭ, ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଲାଗୁ

ଭୁବନେଶ୍ୱର, ୧୬/୦୬: ଦିନକ ପରେ କାର୍ତ୍ତିକ ମାସ ଆରମ୍ଭ ହୋଇଯିବ। ଶ୍ରଦ୍ଧାଳୁମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। କାର୍ତ୍ତିକ ବ୍ରତ ପାଇଁ ଧର୍ମାନୁଷ୍ଠାନ ଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଲାଗୁ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଶ୍ରଦ୍ଧାଳୁମାନଙ୍କୁ ଅନୁମତି ମିଳିବ। ଶ୍ରଦ୍ଧାଳୁମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *