ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାତିରୁ ଡ଼ଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୮/୧୧: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପୁଣି ଏହି ଦିନରେ ଆଜି ପଡ଼ୁଛି ଚନ୍ଦ୍ରଗ୍ରହଣ। ତେଣୁ ଶ୍ରଦ୍ଧାଳୁମାନେ ଭୋର ସାଢ଼େ ୫ଟା ପୂର୍ବରୁ ଡଙ୍ଗା ଭସାଇଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ଲୋକେ ମଧ୍ୟରାତ୍ରିରୁ ଡଙ୍ଗା ଭସାଣ କରୁଥିବାର ପରିଲକ୍ଷିତ ହୋଇଛି। ଏପରିକି ଲୋକେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା ଭସାଇଥିବାର ସୂଚନା ରହିଛି।

ସକାଳୁ ଦେବନୀତି ନିଷେଧ ଥିବାକୁ ଏହା ପୂର୍ବରୁ ବୋଇତ ବନ୍ଦାଣ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିଭିନ୍ନ ନଦୀ, କେନାଲ୍ ଓ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା।