ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୭/୭: ବାସବରାଜ ବୋମାଇ ହୋଇଛନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବେଙ୍ଗଳୁରୁରେ ବିଧାୟକ ଦଳ ବୈଠକରେ ମୋହର ବାଜିଥିବା ନେଇ ସୂଚନା ମିଳିଛି। ୟେଦିୟୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ଗୃହ ମନ୍ତ୍ରୀ ଥିଲେ ବାସବରାଜ । ଆସନ୍ତାକାଲି ଅପରାହ୍‌ଣ ୩ଟା ୨୦ରେ ବୋମାଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସୂଚନାଯୋଗ୍ୟ ଯେ ଗତକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଇସ୍ତଫା ଦେଇଥିଲେ। ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।