ବିଜୁଳି ଚୋରି ଅଭିଯୋଗ ପରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଗଣିଲେ ମୋଟା ଅଙ୍କର ତଣ୍ଡ

ଭୁବନେଶ୍ୱର,୧୭/୧୧: ଦିପାବଳୀ ପାଇଁ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର ସ୍ୱାମୀଙ୍କ ନାଁରେ ବିଜୁଳି ଚୋରୀ ଅଭିଯୋଗ ହୋଇଥିଲା। ଆଉ ଏଥି ପାଇଁ ମୋଟା ଅଙ୍କର ତଣ୍ଡ ଗଣିଛନ୍ତି। ଏହି ଅପରାଧ ପାଇଁ ସେ ୬୮ ହଜାର ୫ଶହ ୨୬ ଟଙ୍କାର ଜରିମାନା ଭରିଛନ୍ତି ।

ସୂଚନାଯୋଗ୍ୟ ଯେ ଦୀପାବଳୀରେ ଘର ସାଜ୍ଜସଜ୍ଜା ପାଇଁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ସିଧସଳଖ ଷ୍ଟ୍ରିଟ୍ ଲ୍ୟାମ୍ପ ପୋଷ୍ଟରୁ ବେଆଇନ୍ ଭାବେ ବିଦ୍ୟୁତ୍ ଚୋରି କରିଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ । ଭିଜିଲାନ୍ସ ସ୍ୱାର୍ଡର ଅଧିକାରୀ କୁମାରସ୍ୱାମୀଙ୍କ ଘରକୁ ଯାଇ ଯାଂଚ କରିବା ପରେ ସତ ସାମ୍ନାକୁ ଆସିଛି । ଏହାପରେ କୁମାର ସ୍ୱାମୀଙ୍କୁ ଜରିମାନା ଦେବାକୁ ପଡିଛି ।