ଆସନ୍ତା ୨୦ ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଦରମୟା

ନୂଆଦିଲ୍ଲୀ,୧୮/୫: ଅନେକ ବିଚାରବିମର୍ଶ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ  ସ୍ଥିର ହୋଇଛି । ସିଦ୍ଦରମୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି. ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ନିଷ୍ପତ୍ତି ହେବା ପରେ ସେମାନେ ମେ ୨୦ ତାରିଖରେ ଶପଥ ନେବେ ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଛି କଂଗ୍ରେସ ।ପୋଷ୍ଟର ୱାର ସାଙ୍ଗକୁ ଅନେକ ସର୍ବେକ୍ଷଣ ପରେ ମେ ୧୭ ତାରିଖରେ କଂଗ୍ରେସ ନେଇଥିଲା ନିଷ୍ପତ୍ତି । ସିଦ୍ଦରମୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ କରିଥିଲା କଂଗ୍ରେସ । ଏବଂ ଡି ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଦିଲ୍ଲୀରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ, ସାଧାରଣ ସମ୍ପାଦକ, ସମସ୍ତେ ବସି ବିସ୍ତୃତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଥିଲେ ।