ବାଜିଲା ବିଗୁଲ, ଆସନ୍ତା ମେ ମାସ ୧୦ରେ କର୍ଣ୍ଣାଟକ ବିଧାନସଭା ଭୋଟ୍ ଗ୍ରହଣ

ନୂଆଦିଲ୍ଲୀ, ୨୯/୩: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ମେ ମାସ ୧୦ ତାରିଖରେ ହେବ କର୍ଣ୍ଣାଟକ ବିଧାନସଭା ଭୋଟ୍ ଗ୍ରହଣ ହେବ । ମେ ୧୩ ତାରିଖରେ ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ । କର୍ଣ୍ଣାଟକର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ରାଜୀବ କୁମାର । ମେ ୨୪ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବରୁ ନିର୍ବାଚନ ଶେଷ ହୋଇ ସରକାର ଗଠନ ହେବ । ତେଣୁ ନିର୍ବାଚନ କମିସନ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବା ସହିତ ମେ ୧୦ରେ ଭୋଟ୍ ଓ ମେ ୧୩ରେ ରେଜଲ୍ଟ ଆସିବ ବୋଲି ସୂଚନା ଦେଇଛନ୍ତି ।