୧୦ ଦିନ ପରେ ପୂଜା ପାଇଲେ ବାବା କପିଳେଶ୍ୱର

ଭୁବନେଶ୍ୱର,୭/୩: ୧୦ ଦିନ ପରେ କପିଳେଶ୍ୱରଙ୍କ ହେଲା ପୂଜା । ଅପୂଜା ଉପାସ ରହିବା ପରେ ମନ୍ଦିରରେ ସେବାୟତ ପରିବାରର ମହିଳା ଧସେଇ ପଶିଛନ୍ତି । ଶତାଧିକ ମହିଳାଙ୍କୁ ରୋକି ପାରିନଥିଲା ପୁଲିସ।  ମହିଳାମାନେ ମନ୍ଦିରର ତାଲା ଭାଙ୍ଗିଦେଲେ ଏବଂ ମନ୍ଦିର ଭିତରକୁ ପଶିଥିଲେ। ସାଙ୍ଗରେ ଆସିଥିବା ପୂଜକ ଠାକୁରଙ୍କ ନିତିଦିନିଆ ନୀତିକାନ୍ତି କଲେ । ମୁଖ୍ୟ ପ୍ରସଙ୍ଗ ଥିଲା ଦୋଳଯାତ୍ରା । ତେଣୁ ପ୍ରସ୍ତୁତି ପାଇଁ ଦୋଳବିମାନକୁ ବାହାର କରି ସାଜସଜ୍ଜା କରିବାରେ ଲାଗିଲେ ଏବଂ ଜଗି ରହି ଦୋଳଯାତ୍ରା ପ୍ରସ୍ତୁତି ତଦାରଖ କଲେ। ହାଣ୍ଡିଭଙ୍ଗା ଯାତଠାରୁ ‌୧୦ ଦିନ ଯାଏ ମନ୍ଦିରରେ ଅପୂଜା ଅବସ୍ଥାରେ ଉପାସରେ ରହିଥିବା କପିଳେଶ୍ବରଙ୍କ ସବୁଦିନିଆ ପୂଜା ନୀତିକାନ୍ତି ଆଜି ଏମିତି ଏକ ଭିନ୍ନ ପରିବେଶରେ ପୁଣି ଆରମ୍ଭ ହୋଇଛି ।